ପତ୍ର ଲିଖନ

 ନଳକୂପ ଖନନ ପାଇଁ ବି.ଡ଼ି.ଓ ଙ୍କ ନିକଟକୁ ଦରଖାସ୍ତ

ସମ୍ମାନନୀୟ,

ମହାଶୟ,

ଶ୍ରୀଯୁକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ (B.D.O), ଗୋବିନ୍ଦପୁର, ପୁରୀ. ମହୋଦୟ .................ସମୀପେଷୁ

(ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଜରିଆରେ) ବିଷୟ: ନଳକୂପ ଖନନ ନିମନ୍ତେ ନିବେଦନ ।

ନିବେଦନର ଅଭିପ୍ରାୟ ଏହି କି ଯେ, ଆମ୍ଭେ ଆପଣଙ୍କ ମଣ୍ଡଳ ଅଧ୍ଵନସୁ ଗୋବିନ୍ଦପୁର ଗ୍ରାମର ଅଧୁବାସୀ ଅଟୁ । ଆମ ଗ୍ରାମରେ ପ୍ରାୟ ୨୦୦୦ ରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ଉକ୍ତ ଗ୍ରାମର ଲୋକସଂଖ୍ୟା ଅନୁସାରେ ପାନୀୟ ଜଳ ପାଇଁ ଉପଯୁକ୍ତ ନଳକୂପର ଅଭାବ ରହିଛି । ପ୍ରାୟ ଗ୍ରାମର ଅଧିକାଂଶ ଲୋକ ଦୁଇଟି କୂଅ ଓ ଗୋଟିଏ ପୋଖରୀ ଉପରେ ନିର୍ଭରଶିଳ । ପୋଖରୀରେ ସ୍ନାନ ଶୌଚ, ଲୁଗା, ବାସନ ସଫା ଓ ଗାଈଗୋରୁଙ୍କୁ ଗାଧୋଇବା ଫଳରେ ପୁଷ୍କରିଣୀ ଜଳ ଦୂଷିତ ହୋଇପଡୁଛି । ଖରାଦିନେ ୧/ ୨ କି. ମି ଦୂରରୁ ପିଇବା ପାଣି ଆଣିବାକୁ ପଡୁଛି । କିଛି ଲୋକ ପୁଷ୍କରିଣୀ ଜଳକୁ ପାନୀୟ ରୂପେ ମଧ୍ୟ ବ୍ୟବହାର କରି ଅନେକ ସମୟରେ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି ଗ୍ରାମଟି ଏକ ଜଳକ୍ଲଷ୍ଟ ଗ୍ରାମ କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

ଏଣୁ ଆମ୍ଭେ ଗ୍ରାମବାସୀ ବୃନ୍ଦ ବିନମ୍ର ଅନୁରୋଧ କରୁକି, ଦୁଇଟି ନଳକୂପ ଖନନ କରିବାର ଆଶୁ ବ୍ୟବସ୍ଥା କରାଇଲେ, ଆମ୍ଭେମାନେ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବୁ ।

ଗୋବିନ୍ଦପୁର ତା ୧୨|୧୧|୨୦୨୦

|| ଇତି || ଆପଣଙ୍କର ବିଶ୍ବସ୍ତ ଗୋବିନ୍ଦପୁର ଗ୍ରାମବାସୀ ବୃନ୍ଦ

ସୁକାନ୍ତ ସାହୁ ବିନୋଦ ପ୍ରଧାନ ପ୍ରଶାନ୍ତ ମୁଦୁଲି

Post a Comment

0 Comments