Lord Jagannath Quiz-Part(2)


 51. ମାଉସୀମାଆଙ୍କ ମନ୍ଦିରରେ କେଉଁ ଦିଅଁ ପୂଜା ପାଆନ୍ତି ?


ଉ . ଦେବୀ ସୁଭଦ୍ରା ।


52. ଇନ୍ଦ୍ରଦୁମ୍ନ  ପୁଷ୍କରିଣୀ କେଉଁଠାରେ ଅବସ୍ଥିତ ।


ଉ .ଗୁଣ୍ଡିଚା ମନ୍ଦିରର ଉଉତ୍ତର  ଦିଗକୁ ।


53. ଏହି ପୁଷ୍କରିଣୀ ର ଆୟତନ କେତେ?


ଉ . ପାଞ୍ଚ ଏକର 


54. ଶ୍ୱେତ ଗଙ୍ଗା ସରୋବର କେଉଁଠାରେ ଅବସ୍ଥିତ ?


ଉ . ବଡ଼ଦେଉଳଠାରୁ  ସ୍ୱର୍ଗଦ୍ୱାର ରାସ୍ତା ରେ ବାଲିସାହିର ଉତ୍ତର  ପଟେ ।


55. ଏହାର ଗଭୀରତା କେତେ?


ଉ . ପ୍ରାୟ 40 ଫୁଟ 


56: ସ୍ୱର୍ଗଦ୍ୱାର  କେଉଁଠାରେ ଅବସ୍ଥିତ ?


ଉ . ବଡ଼ଦେଉଳ ର ଦକ୍ଷିଣ ରେ ସମୁଦ୍ରକୂଳରେ ।


57. କାନପାରି ହନୁମାନ କେଉଁଠାରେ ଅବସ୍ଥିତ ?


ଉ . ସ୍ୱର୍ଗଦ୍ୱାରଠାରେ 


58. ଏହାର ବିଶେଷତ୍ବ  କ'ଣ ?


ଉ . ଏଠାରେ ପିଣ୍ଡ ଦାନ ହୁଏ ଓ ବୁଡ଼ ପକାଳରେ ମୁକ୍ତି ମିଳେ ।


59. ଏହାଙ୍କର ଏପରି ନାମ କରଣ କାହିଁକି ହୋଉଛି ?


ଉ . ଏହି ମୂର୍ତ୍ତି କାନପାରି ସମୁଦ୍ର ଗର୍ଜନ ଶୁଣୁଅଛନ୍ତି ।


60, ଏଠାରେ ହନୁମାନ କାହିଁକି ଅଛନ୍ତି ?


ଉ . ପୁରୁଷୋତ୍ତମ କ୍ଷେତ୍ରକୁ ସମୁଦ୍ର ପ୍ରଳୟରୁ  ନିରାପଦ ରଖିବାପାଇଁ ।


61. ଅଗସ୍ତ୍ୟମୁନି ମନ୍ଦିର କେଉଁଠାରେ ଅଛି ?


ଉ . ସ୍ୱର୍ଗଦ୍ୱାରଠାରେ 


62. ଅଗସ୍ତ୍ୟମୁନି ଏଠାରେ କାହିଁକି ଅବସ୍ଥାପିତ ହୋଇଛନ୍ତି ?


ଉ . ସମୁଦ୍ର ଅଗ୍ରସର ହେଲେ ସେ ସମୁଦ୍ରକୁ ଚ ଳୁ କରିଦେବେ ।


63. ଚକ୍ରତୀର୍ଥ କେଉଁଠାରେ ଅବସ୍ଥିତ ?


ଉ . ବଡ଼ଦେଉଳର ପୂର୍ବକୁ ବାଙ୍କା ମୁହାଣ ନଦୀର ମୁହାଣ ପାଖରେ ଅବସ୍ଥିତ ।


64. ଏଠାରେ କେଉଁ ମନ୍ଦିର ଅଛି ।


ଉ . ଚକ୍ର ନାରାୟଣଙ୍କ ମନ୍ଦିର ଅଛି ।


65. ଏଠାରେ ଆଉ କି ଘର ଅଛି ?


ଉ . ଏଠାରେ ଲକ୍ଷ୍ମୀଙ୍କ ପିତା ବରୁଣଙ୍କ ଜଳଦେବତା ଘ ର ଅଛି ବୋଲି କଳ୍ପନା କରାଯାଏ 


66. ନୃସିଂହନାଥ ମନ୍ଦିର କେଉଁ ଠାରେ ଅବସ୍ଥିତ?


ଉ . ଗୁଣ୍ଡିଚା ମନ୍ଦିରର ପୂର୍ବ ଉତ୍ତରକୁ ବେଢା ପାଚେରୀ କୁ ଲାଗି ନୃସିଂହନାଥ ମନ୍ଦିର ଅବସ୍ଥିତ।


67. ଏହି ଠାକୁରଙ୍କୁ କିଏ ପ୍ରତିଷ୍ଠା କରିଥିଲେ?


ଉ . ଚତୁର୍ଦ୍ଧମୂର୍ତ୍ତୀ ଆବିର୍ଭାବ ପୂର୍ବରୁ ରାଜା ଇନ୍ଦ୍ରଦୁମ୍ନ ଏହି ଠାକୁରଙ୍କୁ ପ୍ରତିଷ୍ଠା କରିଥିଲେ 


68. ରାଜା ଇନ୍ଦ୍ରଦୁମ୍ନ ଏଠାରେ ଆଉ କ ' ଣ  କରିଥିଲେ?


ଉ . ରାଜା ଏଠାରେ ଅଶ୍ୱମେଧ ଯଜ୍ଞ କରିଥିଲେ 


69. କାକୁଡ଼ିଖାଇ ମନ୍ଦିର କେଉଁଠାରେ ଅବସ୍ଥିତ?


ଉ . ମନ୍ଦିର ସିଂହଦ୍ୱାରର ପୂର୍ବଦିଗରେ ମେଘନାଦ ପାଚେରୀ ପେଜନଳା ନିକଟରେ ଅବସ୍ଥିତ 


70. ଏହି ମନ୍ଦିରରେ କେଉଁ ଦିଅଁ ପୂଜା ପାଆନ୍ତି ?


ଉ .  ଏଠାରେ  ଆଦିଶକ୍ତି  ଦେବୀ ଦୁର୍ଗା ମହିଷାମର୍ଦ୍ଦିନୀ  ରୂପେ ପୂଜା ପାଉଛନ୍ତି ।


71. ବେଲେଶ୍ୱର ମହାଦେବ କେଉଁଠାରେ ପୂଜା ପାଉଛନ୍ତି?


ଉ . ପୁରୀ ସମୁଦ୍ର କୂଳରେ 


72. ଏହା ମନ୍ଦିରଠାରୁ କେତେ ଦୂର  ?


ଉ . ପ୍ରାୟ ଛଅ କିଲୋମିଟର 



73. ଏହାଙ୍କର ଏପରି ନାମକରଣ କାହିଁକି କରାଯାଇଛି ?



ଉ .ଭଗବାନ ଶ୍ରୀକୃଷ୍ଣ ଏଠାରେ ମହାଦେବଙ୍କୁ ଗୋଟିଏ ବେଲ ଫଳ ଦେଇ ପୂଜା କରିଥିଲେ ।



74. ଅଲାରନାଥ କେଉଁଠାରେ ଅବସ୍ଥିତ ?



ଉ . ଶ୍ରୀମନ୍ଦିରର ଦକ୍ଷିଣକୁ 22 କିଲୋମିଟର  ଦୂରରେ ଅବସ୍ଥିତ



75. ଏଠାରେ କେଉଁ ଦିଅଁ ଅଛନ୍ତି  ?



ଉ . ଏକ ବିରାଟ  ପ୍ରସ୍ତରଖଣ୍ଡ ଉପରେ ବିଷ୍ଣୁ ବିଗ୍ରହ ଦଣ୍ଡ ପ୍ରଣାମ କରୁଥିବା ଅବସ୍ଥାରେ ବିଦ୍ୟମାନ 




76. ପୁରୀର  ଜାଗାଘର  କହାକୁ କୁହାଯାଏ ?



ଉ .ଏଗୁଡ଼ିକ ପ୍ରାୟ କ୍ଲବ ଘର ପରି  ହେଲେ ମଧ୍ୟ ଦେବସ୍ଥାନ ର ମର୍ଯ୍ୟାଦା  ପାଇଥାନ୍ତି ।



77. ଏଠାରେ କ'ଣ ହୁଏ?


ଉ .ଏଠାରେ ଦେବାଦେବୀ ପୂଜା ପାଆନ୍ତି । ପ୍ରଧାନ ଜାଗାଘର ମାନଙ୍କର ଜଗନ୍ନାଥ ମନ୍ଦିରର ଯାନିଯାତ୍ରା, ପର୍ବ ପର୍ବାଣୀ  ସହିତ ସଂପର୍କ ରହିଛି ।

78. ପୁରୀରେ କେଉଁ କେଉଁ ଦୁର୍ଗ ଥିଲା?


ଉ . ପୁରୀରେ ଚାରିଗୋଟି ଦୁର୍ଗା ଥିଲା , ପୂର୍ବ ଦିଗରେ  ମରିଚିକୋଟ , ଦକ୍ଷିଣରେ ଜାଗାକୋଟ , ଉତ୍ତରରେ ଭଗବତୀ କୋଟ, ଓ ଉତ୍ତର ପଶ୍ଚିମ କୋଣରେ ଇନ୍ଦ୍ରଦୁମ୍ନ କୋଟ 


79. ଦୁର୍ଗ ( କୋଟ ) ଗୁଡିକ କାହିଁକି ନିର୍ମାଣ କରାଯାଇ ଥିଲା?


ଉ .ପୁରୀ ସହରକୁ ଶତ୍ରୁ  ଆକ୍ରମଣରୁ ରକ୍ଷା କରିବାକୁ ।


80. କାହା  ସମୟରେ ପୁରୀ ରେ ଅଷ୍ଟସାହି ଥିଲା ?


ଉ . ଗଙ୍ଗବଂଶ ରାଜତ୍ୱ  ସମୟରେ ଥିଲା  ।


81. ଏହି  ଅଷ୍ଟସାହିର ନାମ କଣ ?


ଉ .  ଉଆଁସ  ଦାଣ୍ଡ  ବା  ବାଲି ସାହି ( ରାଜାଙ୍କ ନଅର ଥିଲା ), ମଣିକର୍ଣ୍ଣିକା ସାହି , ଛାମୁସାହି  ପାଟନା, କୁମ୍ଭାର ପାଟନା,

 ମରିଚକୋଟ ସାହି , କୁଣ୍ଢେଇ ବେଣ୍ଟ  ସାହି , ରଥ ସାହି , ଚୁଡ଼ଙ୍ଗ ସାହି I


82. ବଡ଼ଦାଣ୍ଡରେ ଥିବା ବର୍ତମାନର ରାଜାଙ୍କ ଉଆସ  କା ହା ସମୟରେ ଅଛି ?


ଉ . ରାଜା ମୁକୁନ୍ଦ ଦେବଙ୍କ ସମୟରୁ  ।


83. ଶ୍ରୀମନ୍ଦିର ପାଖରେ କେଉଁଠାରେ ପୂର୍ବରୁ ଗୁରୂଜ ଥିଲା?


ଉ . ଶ୍ରୀମନ୍ଦିର ମେଘନାଦ ପାଚେରୀର  ଚାକିକୋଣରେ ଚାରିଗୋଟି ଗୁରୁଜ  ବା ଶିବିର ନିର୍ମାଣ ହୋଇଥୁଲା ।


84. କାହା ସମୟରେ ଏହି ଗୁରୁଜ ନିର୍ମାଣ ହୋଇଥିଲା ?


 ଉ . ରାଜା ପ୍ରତାପରୁଦ୍ରଦେବଙ୍କ ସମୟରେ ।


85. ଏହା କାହିଁକି ନିର୍ମାଣ କରାଯାଇଥିଲା ?


ଉ . ଶ୍ରୀମନ୍ଦିରକୁ ଶତ୍ରୁ ଆକ୍ରମଣରୁ  ରକ୍ଷା କରିବା ନିମନ୍ତେ ନିର୍ମାଣ କରାଯାଇଥିଲା ।


86. ଜଗନ୍ନାଥଙ୍କ ଆବିର୍ଭାଚ ପୂର୍ବରୁ ଶ୍ରୀକ୍ଷେତ୍ରରେ ଭଗବାନ (ବିଷ୍ଣୁ) କେଉଁ ରୂପରେ ପୂଜା ପାଇଥିଲେ ?


ଉ . ଶ୍ରୀକ୍ଷେତ୍ରଜ ନୀଳପାହାଡ଼ରେ ନାଳ ମାଧବ ଭାବେ ପୂଜା ପାଇଥଲେ ।


87: ନୀଳମାଧବଙ୍କ ପୂଜା କ୍ଷେତ୍ରରେ କେଉଁ ମହାନ ବୃକ୍ଷ ଥିଲା?

ଉ . କଲ୍ପଵୃକ୍ଷ 


89. କଳ୍ପବୃକ୍ଷର ଆୟତନ  କେତେ ଥିଲା ?


ଉ . ଏକ କୋଶ 


90. କଳ୍ପବୃକ୍ଷର ପଶ୍ଚିମରେ କେଇଁ ପବିତ୍ର ଜଳାଶ୍ରୟ ଥିଲା ?


ଉ. ରୋହିଣୀକୁଣ୍ଡ 


91. ରୋହିଣୀକୁଣ୍ଡର ମାହାତ୍ମ୍ୟ କ'ଣ ?


ଉ . ଏଥିରେ ସ୍ନାନ କଲେ ବ୍ରହ୍ମଲୋକ ପ୍ରାପ୍ତ ହୁଏ ।


92. ନୀଳମାଧବଙ୍କୁ କିଏ ପୂଜା କରୁଥିଲେ ?


ଉ . ଶବର   ବିଶ୍ବାବସୁ  ।


93. ବିଶ୍ଵାବସୁଙ୍କ ଶବର ପଲ୍ଲୀର ନାମ କ’ଣ  ?


ଉ . ଶବର  ଦୀପକ ।


94. ବିଶ୍ଵାବସୁଙ୍କ ଝିଅର ନାମ କ'ଣ ?


ଉ. ଲଳିତା 


95.  ବିଶ୍ଵାବସୁ କ'ଣ ସେବନ କରି ରହୁଥିଲେ ?


ଉ . ନୀଳମାଧବଙ୍କ ପ୍ରସାଦ ଓ ନିର୍ମାଲ୍ୟ ।


96. ସେ ଏହା କେଉଁଠାରୁ ପାଉ ଥିଲେ ?


ଉ . ପ୍ରତ୍ୟହ ଦେବତାମାନେ ସନ୍ଧ୍ୟାରେ ନୀଳମାଧବଙ୍କୁ ଦର୍ଶନ କରି ଏହି ଭୋଗ ସବୁ ଅର୍ପଣ କରୁଥିଲେ ।


97. ଇନ୍ଦ୍ରଦ୍ୟୁମ୍ନ କେଉଁ ଦେଶର ରାଜା ଥିଲେ ?


ଉ .ମାଳବଦେଶର ଅବନ୍ତୀ ନଗରର ରାଜା ଥିଲେ ।


98. ସେ କେଉଁ ବଂଶ ରାଜା ଥିଲେ ?


ଉ . ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ଥିଲେ ।


99. ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାମ କ'ଣ ?


ଉ. ଗୁଣ୍ଡିଚା ।


100.  ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ନୀଳମାଧବଙ୍କ ବିଷୟରେ କିଏ କହିଥିଲେ ?


ଉ . ସ୍ୱୟଂ ବିଷ୍ଣୁ ବ୍ରାହ୍ମଣ ବେଶରେ ରାଜାଙ୍କୁ କହିଥିଲେ ।








No comments:

Post a Comment